News ଓଡ଼ିଶା ଏଫ ସି...

ଓଡ଼ିଶା ଏଫ ସି vs ନର୍ଥ ଇଷ୍ଟ ୟୁନାଇଟେଡ଼୍ ଏଫ ସି

ଓଡିଶା ଏଫ୍ ସି ର ଯୋଗାଯୋଗ ଦଳ
December 01 2022

କଳିଙ୍ଗ ଷ୍ଟାଡିଅମରେ ଓଡ଼ିଶା ଏଫ ସି ର ପରବର୍ତୀ ମ୍ୟାଚ୍ ନର୍ଥ ଇଷ୍ଟ ୟୁନାଇଟେଡ଼୍ ଏଫ ସି ବିପକ୍ଷରେ

ଓଡିଶା ଏଫ ସି ନିଜର ଚତୁର୍ଥ ଘରୋଇ ମ୍ୟାଚ୍ ଡିସେମ୍ବର ୨ ରେ ନର୍ଥ ଇଷ୍ଟ ୟୁନାଇଟେଡ଼୍ ଏଫ ସି ବିପକ୍ଷରେ କଳଙ୍ଗ ଷ୍ଟାଡିଅମ୍ ରେ ଖେଳିବ | ଜଗର୍ନଟ୍ସ କ୍ରମାଗତ ଦ୍ୱିତୀୟ ଘରୋଇ ମ୍ୟାଚ୍ ଖେଳିବ ତେଣୁ ଜୋସେପ ଗୋମ୍ବାଓ ଙ୍କ ଦଳ ବିଜୟ ଧାରା କୁ ବଜାଇ ରଖିବା ଆଶା ନେଇ ଆଗକୁ ବଢ଼ିବେ | 

ଜଗର୍ନଟ୍ସ ପୂର୍ବ ଘରୋଇ ମ୍ୟାଚ୍ ରେ ଚମତ୍କାର ପଦର୍ଶନ କରି ୩-୨ ଗୋଲ୍ ରେ ଚେନ୍ନାଇନ ଏଫ ସି କୁ ହରେଇ ଆଇ ଏସ ଏଲ ଟେବୁଲ ରେ ତୃତୀୟ ସ୍ଥାନ କୁ ଉନ୍ନୀତ ହୋଇଛି |
 
ଖେଳ କିପରି ଦେଖିବେ
ଏହି ମ୍ୟାଚ୍ ଟି ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ ହେବ ଓ ଡିଜନି + ହଟଷ୍ଟାର ଏବଂ ଜିଓ ଟିଭିରେ ମଧ୍ୟ ସିଧା ପ୍ରସାରଣ ହେବ || ସମୟ: ସନ୍ଧ୍ୟା ୭:୩୦
 
ପ୍ରି-ମ୍ୟାଚ୍ ଅପଡେଟ୍
ଓଡ଼ିଶା ଏଫ ସି ର ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ କଳିଙ୍ଗ ଷ୍ଟାଡିୟମରେ ପୂର୍ବାହ୍ନ ୧ ଟା ରେ ଜୋସେପ ଗୋମ୍ବାଓ ଏବଂ ଶାଉଲ କ୍ରେସପୋ ଙ୍କ ସହ କରାଯାଇଥିଲା |

Q: ନର୍ଥ ଇଷ୍ଟ ୟୁନାଇଟେଡ଼ ଏଫ ସି ଟେବୁଲ ର ୧୧ ତମ ସ୍ଥାନ ରେ ଅଛି | କିନ୍ତୁ ଖେଳରେ କିଛି କହି ହବନି ତେଣୁ ଟିମ୍ କେମିତି ନିଜକୁ ପ୍ରସ୍ତୁତ କରିଛି ?

ଜୋସେପ ଗୋମ୍ବାଓ:
ଟିମ୍ ତାହାର ପୂର୍ବ ମ୍ୟାଚ୍ ଗୁଡିକରେ କ୍ରମାଗତ ଭାବରେ ଭଲ ଖେଳି ଚାଲିଛି ତେଣୁ ଯେମିତି ଅନ୍ୟ ଟିମ୍ ଙ୍କ ସାଙ୍ଗରେ ଯୋଜନା ଥିଲା ସେହି ସମାନ ଯୋଜନା ରହିବ ନର୍ଥ ଇଷ୍ଟ ୟୁନାଇଟେଡ଼ ଏଫ ସି ଟିମ ସହ | ଆଉ ଆମ ଟିମ୍ ଭଲ ଖେଳିବ ବୋଲି ଆଶା ରହିଛି |

Q: ଆମେ ଏହି ସିଜନ ର ଦେଖିଛୁ ଯେ  ଓଡିଶା ଏଫ ସି ବହୁତ କଷ୍ଟ ମ୍ୟାଚ୍ କୁ ଟକର ଦେବା ସହ ନିଜର ବିଜୟ ଧାରାକୁ ବଜେଇ ରଖିଛି | ଏ ବିଷୟରେ କ’ଣ ମତା ମତ ରହିଛି ?

ଜୋସେପ ଗୋମ୍ବାଓ:
ଗୋଟେ ଦଳ ଭାବରେ ଆମେ ଚାହିଁବୁ କି ସବୁ ମ୍ୟାଚ୍ ଭଲ ଖେଳି ଜିତିବାକୁ, କିନ୍ତୁ ଏହା ସମ୍ଭବ ନୁହଁ ଏବଂ ଖେଳର କମ୍ପିଟିସନ୍ ନ ଥିଲେ ମଜା ନାହିଁ | ଆମ ଟିମ୍ ଙ୍କର ମନବଳ ଓ ଏକତା ହିଁ ଆମକୁ ଆଗକୁ ନଉଛି, ଆଉ ଜିତିବାର ଆଶା ବଡ଼ଉଛି |

ପୂର୍ବ ମ୍ୟାଚ୍ ସି ଏଫ ସି ବିପକ୍ଷରେ ସୋସାଇରାଜ ଏବଂ ଶୁଭମ୍ ଆଘାତ ହେତୁ ଉପଲବ୍ଧ ନଥିଲେ କିନ୍ତୁ ନର୍ଥ ଇଷ୍ଟ ୟୁନାଇଟେଡ଼ ଏଫ ସି ବିପକ୍ଷରେ ଥିବା ମ୍ୟାଚ୍ ରେ କ୍ଲବର ମେଡିକାଲ ଦଳ ଉଭୟ ଖେଳାଳିଙ୍କ ଅଗ୍ରଗତି ଉପରେ ନଜର ରଖିଛନ୍ତି |

ଓଡ଼ିଶା ଏଫ ସି vs ନର୍ଥ ଇଷ୍ଟ ୟୁନାଇଟେଡ଼ ଏଫ ସି ଖେଳ ପାଇଁ ଟିକେଟ୍ ଲିଙ୍କ୍: http://surl.li/dwvbk