News ଓଡ଼ିଶା ଏଫ ସି...

ଓଡ଼ିଶା ଏଫ ସି vs ଏଟିକେ ମୋହନ ବାଗନ ଏଫ ସି

ଓଡିଶା ଏଫ୍ ସି ର ଯୋଗାଯୋଗ ଦଳ
December 14 2022

କଳିଙ୍ଗ ରେ ଏଟିକେ ମୋହନ ବାଗନକୁ ଟକ୍କର ଦେବ ଓଡିଶା ଏଫ ସି 

ଓଡିଶା ଏଫ ସି ନିଜର ପୂର୍ବ ଭ୍ରମଣକାରି ମ୍ୟାଚରେ ଏଫ ସି ଗୋଆ ଠାରୁ ପରାଜିତ ହେବାପରେ, ଜଗର୍ନଟ୍ସ ବିଜୟ ଧାରାକୁ ଫେରିବାର ଆଶା ନେଇ ଏଟିକେ ମୋହନ ବାଗନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମ ରେ ନିଜର ପଞ୍ଚମ ଘରୋଇ ମ୍ୟାଚ ଖେଳିବାକୁ ଯାଉଛି |
 
ଏହି ମ୍ୟାଚରେ ଓଡ଼ିଶା ଏଫ ସି ର ଦମଦାର ଖେଳାଳି ନନ୍ଦାକୁମାର ଏଫ ସି ଗୋଆ ବିପକ୍ଷରେ ରେଡ କାର୍ଡ଼ ପାଇଥିବାରୁ ଏ ମ୍ୟାଚ ଖେଳିବାରୁ ବଞ୍ଚିତ ରହିବେ | ଜୋସେପ ଙ୍କ ଷ୍ଟେଟମେଣ୍ଟ ଅନୁସାରେ ସୁସାଇରାଜ ଏବଂ ଶୁଭମ ଦୁହେଁ ଆଘାତ ଯୋଗୁଁ ମ୍ୟାଚଟି ଖେଳିପାରିବେନାହିଁ | ଏଟିକେ ମୋହନ ବାଗନ ନିଜର ବିଜୟ ଧାରାକୁ ଖୁବ ସୁନ୍ଦର ଭାବେ ବଜାଇ ରଖିଛି | ପୂର୍ବ ମ୍ୟାଚଟି ଜାମସେଦପୁର ଏଫ ସି ଠାରୁ ବିଜୟୀ ପରେ ଓଡ଼ିଶା ଏଫ ସି କୁ କଳିଙ୍ଗରେ ସାମ୍ନା କରିବାକୁଯାଉଛି | ବର୍ତ୍ତମାନ, ଏଟିକେ ମୋହନ ବାଗନ ଟେବୁଲ ର ତୃତୀୟ ତମ ସ୍ଥାନରେ ଥିବାବେଳେ ଓଡ଼ିଶା ଏଫ ସି ନିଜର ସ୍ଥାନକୁ ପଞ୍ଚମ ତମ ରେ ବଜାଇ ରଖିଛି |
 
ଖେଳ କିପରି ଦେଖିବେ

ଏହି ମ୍ୟାଚ୍ ଟି ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ ହେବ ଓ ଡିଜନି + ହଟଷ୍ଟାର ଏବଂ ଜିଓ ଟିଭିରେ ମଧ୍ୟ ସିଧା ପ୍ରସାରଣ ହେବ || ସମୟ: ସନ୍ଧ୍ୟା ୭:୩୦

ପ୍ରି-ମ୍ୟାଚ୍ ଅପଡେଟ୍

ଓଡ଼ିଶା ଏଫ ସି ର ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ କଳିଙ୍ଗ ଷ୍ଟାଡିୟମରେ ୧୪ ଡିସେମ୍ବର ରେ ଜୋସେପ ଗୋମ୍ବାଓ ଏବଂ ଜେରୀ ଙ୍କ ସହ କରାଯାଇଥିଲା |

Q ପୂର୍ବ ମ୍ୟାଚଟି ଏଫ ସି ଗୋଆ ଠାରୁ ହାରିଛି ଓଡ଼ିଶା ଏଫ ସି ଟିମ, ଟିମ ର ମନବଳ କିପରି ଅଛି ଆଉ ନିଜକୁ ଏ ମ୍ୟାଚ ପାଇଁ କିପରି ଭାବେ ପ୍ରସ୍ତୁତ କରିଛନ୍ତି ?

ଜୋସେପ ଗୋମ୍ବାଓ:
ଗେମରେ ହାରିବା ଜିତିବା ତ ରହିଛି କିନ୍ତୁ ଗୋଆ ବିପକ୍ଷରେ ଖେଳଟି ବହୁତ ଭଲ ଥିଲା, ନାନ୍ଦକୁମାର ରେଡ଼ କାର୍ଡ଼ ପାଇଥିବାରୁ ଆମକୁ ୧୦ ଜଣିଆ ଟିମ କୁ ନେଇ ଖେଳିବାକୁ ପଡିଥିଲା ଯାହାକି ଟିକେ କଠିନ ଥିଲା କିନ୍ତୁ ଏ ମ୍ୟାଚ ଟି ଏଟିକେ ମୋହନ ବାଗନ ସହ ଅଛି ଆଉ ବହୁତ ଭଲ ଟିମ ସେମାନେ, ଖେଳଟି ଚ୍ୟାଲେଞ୍ଜିଂ ରହିବ | 

Q ଏବେ ପର୍ଯ୍ୟନ୍ତ ଓଡ଼ିଶା ଏଫ ସି ର ରେକର୍ଡ ବହୁତ ଭଲ ଅଛି | ଏଟିକେ ମୋହନ ବାଗନ ଭଳି ଗୋଟେ ଭଲ ଟିମ ସହ ଖେଳିବାର କଣ ଚିନ୍ତାଧାରା ରଖିଛି ?

ଜୋସେପ ଗୋମ୍ବାଓ:
ସବୁ ଟିମ ବହୁତ ଭଲ ଖେଳୁଛନ୍ତି, ଆମେ ପୂର୍ବ ମ୍ୟାଚ ରେ ଯାହା କମି ରଖିଥିଲା ତାକୁ କିପରି ଭାବେ ପୂରଣ କରିପାରିବୁ ତାହା ଚେଷ୍ଟା ରହିବ ଆଉ ଜିତିବାର ମନବଳ ମଧ୍ୟ ରହିଛି |

Q  ଜେରୀ, ସନ୍ଦେହ ନାହିଁ କି ତମେ ଗୋଟେ ବହୁତ ଭଲ ଖେଳାଳି, ଏହି ସିଜନ ରେ ବହୁତ ଦମଦାର ପଦର୍ଶନୀ ମଧ୍ୟ ଦେଖିବାକୁ ମିଳିଛି, ଏକୁ ନେଇ କଣ କହିବେ ?
ଜେରୀ:
ଏ ସବୁର କ୍ରେଡିଟ୍ ମୁଁ ଆମ ହେଡ଼ କୋଚ ଙ୍କୁ ଦେବାକୁ ଚାହିଁବି, ତାଙ୍କ ବିନା ଆଉ ଟିମ ବିନା ଏହା କେବେବି ସମ୍ଭବ ନୁହଁ | ଆମ ଟିମ ର ଗୋଟେ ପ୍ରେରଣା ରହିଛି ଯାହା ଆମକୁ ଆଗକୁ ନେଇ ଚାଲିଛି | 

#OdishaFC 