News ବିଜୟ ଧାରାକୁ ଫେରିବା...

ବିଜୟ ଧାରାକୁ ଫେରିବା ଆଶାରେ ଓଡିଶା ଏଫ ସି | KBFC v OFC

ଓଡିଶା ଏଫ୍ ସି ର ଯୋଗାଯୋଗ ଦଳ
December 25 2022

ଜଗର୍ନଟ୍ସ ନିଜର ପୂର୍ବ ମ୍ୟାଚଟି ଏ ଟି କେ ମୋହନ ବାଗାନ ବିପକ୍ଷରେ ଘରୋଇ ଗ୍ରାଉଣ୍ଡ ରେ ପ୍ରଥମ ଗୋଲଶୂନ୍ୟ ଭାବେ ଡ୍ର କରି, ୨୬ ଡିସେମ୍ବର ୨୦୨୨ରେ କୋଚି କୁ ଯାତ୍ରା କରିବ କେରଳା ବ୍ଳାଷ୍ଟ୍ରର୍ସ ଏଫ ସି ବିପକ୍ଷରେ ୩ ପଏଣ୍ଟ ହାସିଲ କରିବା ଆଶାରେ |

ଚଳିତ ଆଇଏସଏଲ ପ୍ରତିଯୋଗିତାରେ ଓଡିଶା ଏଫ ସି ଏ ସିଜନର ନିଜର ପ୍ରଥମାର୍ଦ୍ଧ ୧୦ ମ୍ୟାଚରୁ ୬ ବିଜୟ ସହ ୧୯ ପଏଣ୍ଟ ପାଇ ଲିଗ ଟେବୁଲରେ ଷଷ୍ଠରେ ରହି, ରବିବାର ସନ୍ଧ୍ୟରେ କେରଳା ବ୍ଳାଷ୍ଟ୍ରର୍ସ ଠାରୁ ଯୋଶେପ'ଙ୍କ ଦଳ ସମ୍ପୂର୍ଣ ୩ ପଏଣ୍ଟ ନବାକୁ ଜୋରଦାର ଚେଷ୍ଟା କରିବେ ଓ ନିଜର ବିଜୟର ଧାରାକୁ ଫେରିବାର ଆସ ରଖିବେ | 
 
ଖେଳ କିପରି ଦେଖିବେ

ଏହି ମ୍ୟାଚ୍ ଟି ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ ହେବ ଓ ଡିଜନି + ହଟଷ୍ଟାର ଏବଂ ଜିଓ ଟିଭିରେ ମଧ୍ୟ ସିଧା ପ୍ରସାରଣ ହେବ || ସମୟ: ସନ୍ଧ୍ୟା ୭:୩୦

ଦଳ ବିଷୟରେ ସମ୍ବାଦ 

ଶାଉଲ, ଶୁଭମ୍ ଏବଂ ସୋସାଇରାଜ ନିଜ ନିଜ ଆଘାତରୁ ସୁସ୍ଥ ହୋଇ ଅସୁଥିବା ବେଳେ, ନନ୍ଦା ତାଙ୍କ ନିଲମ୍ବନ କ୍ରମ ସାରି ଦଳକୁ ଫେରିଛନ୍ତି | ATKMB ବିପକ୍ଷରେ ନରେନ୍ଦର ଏବଂ ସାହିଲଙ୍କ ପ୍ରତିରକ୍ଷା କୌଶଳୀ ତାଙ୍କୁ ସପ୍ତାହର ହିରୋ ISL ଅର୍ଜନ କରାଇଥିଲା ​​| ଭିକ୍ଟର ଙ୍କୁ ନିୟମିତ ଭାବେ ପ୍ରାକ୍ଟିସ ଗ୍ରାଉଣ୍ଡରେ ଫୁଟବଲ ପ୍ରାକ୍ଟିସ କରୁଥିବାର ଦେଖିବାକୁ ମିଳିଛି | ତେଣୁ ଏହି ମ୍ୟାଚଟି ଏକ ଆକର୍ଷଣୀୟ ମ୍ୟାଚ ହେବାର ଆଶା ରହିଛି | 

ଅନ୍ୟପାର୍ଶ୍ୱରେ, ୬ଟି ମ୍ୟାଚରେ ଅପରାଜିତ ରହିବାସହ ୩ ଟି କ୍ଲିନ୍ ସିଟ୍ ରଖିଥିବାରୁ କେରଳା ବ୍ଲାଷ୍ଟର୍ସ ଫର୍ମରେ ଥିବା ଯାହା ଜଣାପଡୁଛି | ଚେନ୍ନାଇ ଅଭିମୁଖେ ଯିବା ପୂର୍ବରୁ ଏକ ରୋମାଞ୍ଚକ ମୁକାବିଲାଦେଇ ବ୍ଲାଷ୍ଟର୍ସ ବେଙ୍ଗାଲୁରୁ ଏଫ ସିକୁ ଅତିକ୍ରମ କରିଥିଲା ​​ଏବଂ ଗତ ମ୍ୟାଚରେ ସେମାନେ ୬ଟି ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟ ହାସିଲ କରି ସମୁଦାୟ ୧୯ ପଏଣ୍ଟ ସହ ଲିଗ ଟେବୁଲରେ ପଞ୍ଚମରେ ରହିଛନ୍ତି | 

ପ୍ରି-ମ୍ୟାଚ୍ ଅପଡେଟ୍

ଓଡ଼ିଶା ଏଫ ସି ର ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ କଳିଙ୍ଗ ଷ୍ଟାଡିୟମରେ ଜୋସେପ ଗୋମ୍ବାଓ ଏବଂ ସାହିଲ ପନୱାର୍ ଙ୍କ ସହ କରାଯାଇଥିଲା |

Q: କେରଳା ବ୍ଳାଷ୍ଟ୍ରର୍ସ ଏଫ ସି ବିପକ୍ଷରେ ମ୍ୟାଚଟି ଅଛି, ତାକୁ ନେଇ କ'ଣ ଚିନ୍ତାଧାରା ରହିଛି ?
ଜୋସେପ ଗୋମ୍ବାଓ: ବହୁତ ଆକର୍ଷଣୀୟ ରହିବ ଏହି ମ୍ୟାଚଟି, ଖ୍ରୀଷ୍ଟମାସ ଅଛି ତେଣୁ ମ୍ୟାନେଜେର, କୋଚ, ପରିବାର ସବୁ ପ୍ରାୟ ଉପସ୍ଥିତ ରହିବେ ଏବଂ ସମସ୍ତିଙ୍କ ପାଇଁ ଏହା ବହୁତ ବିଶେଷ ମ୍ୟାଚ ରହିବ, ସମସ୍ତେ ଚାହିଁବେ ନିଜ ଟିମ ଜିତୁ କିନ୍ତୁ ଆମେ ଚେଷ୍ଟା କରିବୁ ୩ ପଏଣ୍ଟ ସହ ଘରକୁ ଫେରିବାକୁ | 

Q: ସିଜନର ନିଜର ପ୍ରଥମାର୍ଦ୍ଧ ୧୦ଟି ମ୍ୟାଚ ଖେଳି, ଦ୍ୱିତୀୟାର୍ଦ୍ଧରେ ଟିମର ଉଦ୍ଦେଶ୍ୟ ଓ ଯୋଜନା ସବୁ କଣ କରିଛି ?
ଜୋସେପ ଗୋମ୍ବାଓ: ପ୍ରଥମାର୍ଦ୍ଧ ୧୦ଟି ମ୍ୟାଚ ଖେଳି ୬ଟି ରେ ବିଜୟୀ ରହିଛୁ | ଟିମଟି ଭଲ ଖେଳୁଛି, ଆହୁରି ଭଲ ଖେଳିବାକୁ ଚେଷ୍ଟା ରହିଛି ତା ପାଇଁ ତାଲିମ ମଧ୍ୟ ବହୁତ ଜୋରସୋର ଚାଲିଛି | ଚେଷ୍ଟାକରିବୁ ସିଜନ ର ପଏଣ୍ଟ ଟେବୁଲ ରେ ଶୀର୍ଷରେ ରହିବାକୁ | 
 
Q: ସାହିଲ! ଏ ବର୍ଷର ଲିଗ ର ଜର୍ଣ୍ଣିଟି କେମିତି ରହିଛି ?
ସାହିଲ ପନୱାର୍: ବହୁତ ଆମେଜିଂ ରହିଛି, ଏବେ ଯେମିତି କି ମାନସିକ ଏବଂ ଶାରୀରିକ ଭାବେ ମୁଁ ପୁରା ଫିଟ୍ ଅଛି, ତେଣୁ ବହୁତ   ଖୁସି ଲାଗୁଛି | ବହୁତ ଭଲ ଟିମ ଅଛି ଆମ ପାଖେ ଏବଂ କୋଚଙ୍କ ଅଧୀନରେ ଖେଳି ବହୁତ କିଛି ଶିଖିବାକୁ ମିଳୁଛି,ଏହିପରି ବହୁତ ଭଲ ଭାବେ ଏ ସିଜନଟି ଚାଲିଛି | 

Q: କଣ ଖେଳ ପ୍ଲାନ ଅଛି କେରଳା ବ୍ଳାଷ୍ଟ୍ରର୍ସ ଏଫ ସି ସହ ?
ସାହିଲ ପନୱାର୍: କେରଳ ବ୍ଳାଷ୍ଟ୍ରର୍ସ ସହ ବହୁତ ଭଲ ପ୍ଲାନ ଅଛି, କେରଳ ଏକ ଜାଗା ଜଉଠିକି ସବୁ ଖେଳାଳି ଚାହିଁବେ ଭେଳିବାକୁ, ବହୁତ ଭଲ 
ପରିବେଶ ତେଣୁ ଆମେ ସେଠି ଆମ ପୁରା ୧୦୦ ପ୍ରତିଶତ ଦବୁ ଜିତିବାକୁ | 

#OdishaFC