News ହାଇଦ୍ରାବାଦ ଏଫ୍.ସି vs...

ହାଇଦ୍ରାବାଦ ଏଫ୍.ସି vs ଓଡିଶା ଏଫ୍.ସି || ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ

ଓଡିଶା ଏଫ୍.ସି ର ଯୋଗାଯୋଗ ଦଳ
November 04 2022

ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ ୩ ନଭେମ୍ବର ୨୦୨୨ (ଗୁରୁବାର) ମୁଖ୍ୟ କୋଚ୍ ଜୋସେପ ଗୋମ୍ବାଉ ଏବଂ ଖେଳାଳି ଥୋଏବା ସିଂ'ଙ୍କ ସହ ଅନୁଷ୍ଠିତ ହୋଇଅଛି |

ସାମ୍ବାଦିକ ସମ୍ମିଳନୀରୁ କିଛି ଉଦ୍ଧୃତାଂଶ |

Q. ହାଇଦ୍ରାବାଦ ଏଫ୍.ସି, ଯେ ଗୋଟେ ଜବରଦସ୍ତ ଟିମ, ISL ଟେବୁଲ ରେ ମଧ୍ୟ ଶୀର୍ଷ ରେ ଅଛି ତା ବିପକ୍ଷରେ ଖେଳିବା ପାଇଁ କ’ଣ ଚିନ୍ତାଧାରା ରହିଛି?
A. “ଅବଶ୍ୟ ହାଇଦ୍ରାବାଦ ଏଫ୍.ସି ଏକ ଜବରଦସ୍ତ ଟିମ ଯେଉଁଥିରେ ଭଲ ଖେଳାଳି ଅଛନ୍ତି ଏବଂ ମୋଟ ଚାରିଟି ଖେଳରୁ ୧୦ ପଏଣ୍ଟ ସହ ଏହି ସିଜିନ ଅପରାଜିତ ମଧ୍ୟ ଅଛି, ଏପରି ଏକ ଦମଦାର ଟିମ ସହ ଖେଳିବା ବହୁତ ମଜାଦାର ରହିବ. ଆମର ଟିମ ର ଏକତ୍ରତା ପାଇଁ ଆମେ ଆଜି ଏଠି ପହଞ୍ଚିଛୁ | ହାଇଦ୍ରାବାଦ ଏଫ୍.ସି ଠାରୁ ଜିତିବା ର ମାନାବାଳା ଦୃଢ଼ ରଖିଛୁ |”

Q. ଏ ପରି ଏକ ଚ୍ୟାଲେଞ୍ଜିଂ ଖେଳ ପାଇଁ ଆପଣ ନିଜେ ଏବଂ ଟିମ ମାନସିକ ସ୍ତରରେ କିପରି ପ୍ରସ୍ତୁତ ଅଛନ୍ତି ?
A. “ଏପରିକି ଆମେ ଗୋଟେ ସପ୍ତାହ ହେଲାଣି ନିଜକୁ ଏ ମ୍ୟାଚ ପାଇଁ ପ୍ରସ୍ତୁତ କରିଛୁ, ଯଥା ସମ୍ଭବ ପରିଶ୍ରମ ମଧ୍ୟ କରିଛୁ. ଆମ ପାଇଁ ଏ ମ୍ୟାଚ ଟି ବହୁତ ଚ୍ୟାଲେଞ୍ଜିଂ ରହିବ ନିଜକୁ ସାବିତ କରିବାପାଇଁ | ଆଉ ଆମେ ଜିତିବାର ମଧ୍ୟ ଆଶା ରଖିଛୁ |”

Q. ବର୍ତ୍ତମାନ ସୁଦ୍ଧା ୪ ଟି ଗେମ୍ ହୋଇସାରିଛି, ଗତ ସିଜନ୍ ଏବଂ ଏ ସିଜନ୍ ମଧ୍ୟରେ କିଛି ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି କି ?
A. “ନିଶ୍ଚିତ ଭାବେ ବର୍ଷକୁ ବର୍ଷ ଖେଳ ର ଯୋଜନା ଏବଂ ଖେଳିବା ପ୍ରକ୍ରିୟା ରେ ତ ପାର୍ଥକ୍ୟ ରହିବ, ଏହି ସିଜନ୍ ରେ ମୁଁ ଲଖ୍ୟ କରିଛି ସବୁ ଟିମ ର ପ୍ରାୟତ ଉତ୍ତମ ଫୁଟବଲର୍ ଅଛନ୍ତି, ଉଚ୍ଚ ସ୍ତରର ଖେଳ ଯୋଜନା ମଧ୍ୟ ଅଛି. ସବୁ ଟିମ ସହ ଖେଳିବା ଟା ଗୋଟେ ଗୋଟେ ଚ୍ୟାଲେଞ୍ଜିଂ ଆଉ ଇଣ୍ଟେରଷ୍ଟିଙ୍ଗ ରହିବ |”

Q. ହାଇଦ୍ରାବାଦ ଏଫ୍.ସି ରେ ବହୁତ ଭଲ ଖେଳାଳି ମାନେ ଅଛନ୍ତି ଯେମିତି କି ଜାଭି ସିଭେରିଓ ଏବଂ ବାର୍ଟୋଲୋମି ଓଗବେଚେ, ତେଣୁ ସେମାନଙ୍କ ପାଇଁ ଆପଣଙ୍କ ପାଖେ କିଛି ସେମିତି ବଡ ଗମେ ପ୍ଲାନ ଅଛିକି ?
A. “ଆମର ଖେଳିବାର ଯୋଜନା ଟି ଫିକ୍ସଡ଼ ଅଛି, ଯାହାକୁ ଆମେ ଏତେ ପରିବର୍ତ୍ତନ କରୁନାହୁଁ, ମୁଁ ସହମତ ଯେ ହାଇଦ୍ରାବାଦ ଏଫ୍.ସି ଗୋଟେ ବହୁତ ଭଲ ଟିମ | କିନ୍ତୁ ଏ ମ୍ୟାଚ ଟି ସମାନ ରହିବ ଦୁଇ ଦଳ ଙ୍କ ପାଇଁ, ଆମର ବର୍ତ୍ତମାନର ଟପ୍ ସ୍କୋରର ଡିଏଗୋ ମରିସିଓ, ଏବଂ ପେଡ୍ରୋ ଓ ନାନ୍ଦାଙ୍କ ଭଳି ଖେଳାଳୀ ଯେହେତୁ ଅଛନ୍ତି ଆମେ ନିଶ୍ଚିତ ଭାବରେ ଜିତିବାକୁ ଚେଷ୍ଟା କରିବୁ |”

Q. ଥୋଏବା! ଓଡିଶା ଏଫ୍.ସି ରେ ଆପଣଙ୍କର ତୃତୀୟ ସିଜିନ, ଏପର୍ଯ୍ୟନ୍ତ ର ଯାତ୍ରା କିପରି ଅଛି ଏବଂ ଆପଣଙ୍କର କ'ଣ ମତାମତ ରହିଛି ସିଜିନ ଟି ଆଗକୁ କେମିତି ଯିବ?
A. ଥୋଏବା ସିଂ'ଙ୍କ : “ବହୁତ ଜବରଦସ୍ତ ରହିଛି ଓଡିଶା ଏଫ୍.ସି ର ଏ ଜର୍ଣ୍ଣି, ମୁଁ ବହୁତ ଖୁସି ଯେ ଆମର ମୁଖ୍ୟ କୋଚ୍ ଜୋସେପ ଗୋମ୍ବାଉ, ସେ ଫୁଟବଲରେ ବହୁତ ଅଭିଜ୍ଞ ଏବଂ ଦକ୍ଷ ବ୍ୟକ୍ତି ଜଣେ | ଆପଣ ଜାଣି ଥିବେ ପ୍ରଥମ ସିଜିନ ରେ ଆହତ ଯୋଗୁ ଖେଳିବାର ମୌକା ହରେଇଥିଲି, କିନ୍ତୁ ଏବେ ଏ ମୌକା ମିଳିଛି ନିଜକୁ ସାବିତ କରିବାପାଇଁ ତେଣୁ ଚେଷ୍ଟା କରିବି ବହୁତ ଭଲ ଖେଳିକି ଟିମ କୁ ଜିତେଇବା ପାଇଁ |”

#OdishaFC